ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୦ଟି ଜିଲ୍ଲାରେ ରହିଛି ପ୍ରବଳ ବର୍ଷାର ସମ୍ଭାବନା; ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ଡାଏ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଡାଏ’ ଗତକାଲି ବିଳମ୍ବିତ ମଧ୍ୟରାତ୍ରରେ ଦକ୍ଷିଣ ଓଡ଼ିଶାର ଗୋପଳପୁର ଉପକୂଳ ଅତିକ୍ରମ କରିବା ପରେ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିଛି। ଏବଂ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତିକରି ଏହି ସାମୁଦ୍ରିକ ଝଡ଼ ‘ଡାଏ’ ଆସନ୍ତା ୧୨ ମଧ୍ୟରେ ଦୁର୍ବଳ ହୋଇଯିବ। ତେବେ, ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇପଡ଼ିବା ସହ ରାଜ୍ୟର ବ୍ୟାପକ ଅଞ୍ଚଳରେ ବର୍ଷା ଲାଗି ରହଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ପ୍ରଭୃତି ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି। ଏଥିସହ ସାମୁଦ୍ରିକ ଝଡ଼ ‘ଡାଏ’ର ପ୍ରଭାବରେ ସମୁଦ୍ର ଏବେ ବି ଅଶାନ୍ତ ରହିବା ସହ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବୋହୁଥିବା କାରଣରୁ ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର