ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ପିଜି ଖୋଲିଲା

ଜୟପୁର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୟପୁର ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଗୃହ ବିଞାନ ପାଠ୍ୟକ୍ରମର ପିଜି (ସ୍ନାତକୋତ୍ତର) ଖୋଲିବାକୁ  ଅନୁମତି ଦେଇଛନ୍ତି। ୨୦୨୨-୨-୨୩ ଶିକ୍ଷାବର୍ଷରୁ ଏଠାରେ ୩୨ଟି ସିଟରେ  ଗୃହ ବିଭାଗ ପିଜିରେ ଛାତ୍ରଛାତ୍ରୀଙ୍କ ଆଡମିସନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ କଲେଜ ଅଧ୍ୟକ୍ଷ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପକ୍ଷରୁ ପୃଥକ ପୃଥକ ଅନୁରୋଧ ପତ୍ର ଉଚ୍ଚଶିକ୍ଷା ବିଭାଗକୁ ଯାଇଥିଲା।

ବିଧାୟକ ବ୍ୟକ୍ତିଗତ ଭାବେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଚିଠି କରିବା ସହ ସେମାନଙ୍କୁ ଭେଟି ଆଲୋଚନା କରିବା ସହ ଅନ‌ୁମୋଦନ ଦେବାକୁ  ଅନୁରୋଧ କରିଥିବା କହିଛନ୍ତି ବିଧାୟକ। ରାଜ୍ୟସରକାର ଏହାକୁ ଅନୁମୋଦନ କରିଥିବାରୁ ଧନ୍ୟବାଦ ଦେବା ସହ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଲକ୍ଷ୍ୟରେ ଏହା ଏକ ସଫଳତାର ସିଡି  ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର