ଆଇଏଏସ୍‌ ସ୍ତରରେ ଅଦଳବଦଳ: ଗଗନ ଧଳ ହେଲେ ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ସ୍ତରରେ ଶନିବାର ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଗଗନ ଧଳଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି। ସେହିଭଳି ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିସନର ପଦବୀରେ ଅବସ୍ଥାପିତ କରାଯାଇଛି। ଏଥି ସହ ସେ ମଧ୍ୟ ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱରେ ରହିବେ।

ସେହିଭଳି କେବିକେ ମୁଖ୍ୟ ପ୍ରଶାସନ ଭାବେ ସୁଦର୍ଶନ ପାଲ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ରହିବେ। ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗ ଓ ମନୋଜ ମିଶ୍ରଙ୍କୁ ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତି ବଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ରୁଦ୍ର ନାରାୟଣ ପଲେଇ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର