ସ୍କର୍ପିଓ ଧକ୍କାରେ ଆଇସ୍‌କ୍ରିମ୍‌ ବିକାଳିଙ୍କ ମୃତ୍ୟୁ

ରାଉରକେଲା: ସ୍କର୍ପିଓ ଧକ୍କାରେ ଗୁରୁତର ଆଇସ୍‌କ୍ରିମ୍‌ ବିକାଳିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିହାର ଫତେପୁର ଥାନା ଅଞ୍ଚଳର ଇସ୍‌ଲାମ୍‌ ମିଆଁ (୬୨)। ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଇସ୍‌ଲାମ୍‌ ମିଆଁ ରାଉରକେଲାରେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲି ଆଇସ୍‌କ୍ରିମ୍‌ ବିକୁଥିଲେ।

ବୁଧବାର ଦିନ ସଂଧ୍ୟାରେ ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ବଣିଆ ଗେଟ୍‌ ନିକଟରେ ଆଇସ୍‌କ୍ରିମ୍‌ ବିକୁଥିଲେ। ଦ୍ରୁତ ଗତି ମାଡ଼ିଆସୁଥିବା ସ୍କର୍ପିଓ ଅଟୋକୁ ପଛରୁ ଧକ୍କା ଦେଇଥିଲା। ଅଟୋଟି ଭାରସାମ୍ୟ ହରାଇ ଆଇସ୍‌କ୍ରିମ ବିକାଳିଙ୍କ ସହ ଅନୃ ଦୁଇଜଣଙ୍କୁ ଧକ୍କା ଦେଇଥିଲା। ତିନି ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ଇସ୍‌ଲାମଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର