ଖିଲାପି ଖଣି ମାଲିକଙ୍କ ଶୁଣାଣି: ହାଜର ହେଲେ ୬, ଆସିଲେନି ୭

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଆଜି ୧୩ ଜରିମାନା ଖିଲାପି ଖଣି ମାଲିକଙ୍କ ଶୁଣାଣି ଥିଲେ ମଧ୍ୟ ମାତ୍ର ୬ଟି ଖଣିର କର୍ତ୍ତୃପକ୍ଷ ହାଜର ହୋଇଥିଲେ। ଆଉ ୭ ମାଲିକ ଆସିନଥିଲେ।

ଜରିମାନା ଖିଲାପକାରୀ ଖଣି ମାଲିକଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଚାଲିଥିବା ଶୁଣାଣୀ ପାଇଁ ଆଜି ୧୩ ଟି ଖଣି କର୍ତ୍ତୃପକ୍ଷଙ୍କ ତାରିଖ ଥିଲା। ନାରାୟଣୀ ଏଣ୍ଡ ସନ୍ସର ୨ଟି ଖଣି, ଭଞ୍ଜ ମିନେରାଲ୍ସ, ଡକ୍ଟର ସରୋଜିନୀ ପ୍ରଧାନ, ବିସି ଦେବ ଏବଂ ଏସଏନ ଦାଶମହାପାତ୍ର କର୍ତ୍ତୃପକ୍ଷ ହାଜର ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିିସି ଦେବ ଏବଂ ଏସଏନ ଦାଶ ମହାପାତ୍ର ଖଣି କର୍ତ୍ତୃପକ୍ଷ ତାଙ୍କର କାରଣ ଦର୍ଶାଇଛନ୍ତି। ମେସର୍ସ ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ଏସ୍‌ପି ପାଢ଼ୀ ମେସର୍ସ, ମେସର୍ସ ମିଡିଷ୍ଟ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ଲି., ମେସର୍ସ ଟିବି ଲାଲ୍‌ ଏଣ୍ଡ କୋ, ମେସର୍ସ ଫ୍ୟାକର, ମେସର୍ସ ବିଡି ପଟ୍ଟନାୟକ ଏବଂ ବାସୁଦେବ ଅଗ୍ରଓ୍ଵାଲ ଖଣି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ କୋର୍ଟରେ ଅନୁପସ୍ଥିତ ରହିଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ପୁଣି ଖଣି କର୍ତ୍ତୃପକ୍ଷ ଆସନ୍ତା ୨୯ ତାରିଖରେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର