ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବଜେଟ୍‌ ମାଧ୍ୟମରେ ପୂରଣ କରାଯାଇଛି: ନବୀନ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଆଶା ଯାହା ଥିଲା, ତାହା ବଜେଟରେ ପ୍ରତିଫଳିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଦ୍ୱାରା ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ଏହି ପ୍ରତିକ୍ରିୟା ଦେଇଛନ୍ତି। ବଜେଟରେ ‘କାଳିଆ’ ଯୋଜନା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି।

ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବଜେଟରେ ସ୍ଥାନ ଦିଆଯାଇଛି। ଆମର କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ସହାୟତା ପାଇପାରିବେ, ଯାହାକି ଦେଶରେ ସର୍ବାଧିକ ବୋଲି ନବୀନ କହିଛନ୍ତି।

ନବୀନ କହିଛନ୍ତି, ବାତ୍ୟା ଫନି ପରେ ପୁନରୁଦ୍ଧାର କାର୍ଯ୍ୟ ନେଇ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଓଡ଼ିଆ ବିଶ୍ୱବଦ୍ୟାଳୟ ପାଇଁ ବଜେଟକୁ ଗୁରୁତ୍ୱ ଦିଆଯାଇଛି। ଜଗା ମିଶନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହା ଏକ ଭଲ ବଜେଟ ବୋଲି ନବୀନ କହିଛନ୍ତି।

ସମ୍ବନ୍ଧିତ ଖବର