କରୋନା ଶତାବ୍ଦୀର ସବୁଠୁ ବଡ଼ ଚ୍ୟାଲେଞ୍ଜ: ନବୀନ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ପରେ ଏହାର ଜବାବ ରଖିଛନ୍ତି ନବୀନ। ଟୁଇଟ୍ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନା ହେଉଛି ଶତାବ୍ଦୀର ବଡ଼ ଚ୍ୟାଲେଞ୍ଜ। ଆପଣଙ୍କ ଉତ୍ସାହପ୍ରଦ  ମନ୍ତବ୍ୟ ଯୋଗୁଁ ଧନ୍ୟବାଦ ଜଣାଉଛି। ଆମର ସମ୍ମିଳିତ ଦାୟିତ୍ୱ ନିର୍ବାହ ମାଧ୍ୟମରେ ଏହି ମହାମାରୀରୁ ଦୂରରେ ରହିପାରିବା ବୋଲି ଆଶା କରୁଛି। ତେଣୁ ଆମେ କରୋନା ମୁକାବିଲା ପାଇଁ ମିଳିତ ଭାବେ କାମ କରିବାର ସମୟ ଆସିଛି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଆପଣ ଉଦାହରଣ ସୃଷ୍ଟି କରିଛନ୍ତି। ମୁଁ ଆଶା କରୁଛି ଅନ୍ୟମାନେ ମଧ୍ୟ ନବୀନବାବୁଙ୍କୁ ଅନୁସରଣ କରିବେ। ଆମେ ସମସ୍ତେ ନିଜ ନିଜ ସ୍ତରରେ କୋଭିଡ-୧୯ର ସଂକ୍ରମଣକୁ ରୋକିବାକୁ ଉଦ୍ୟମ କରିବା।

ସମ୍ବନ୍ଧିତ ଖବର