ରାଜ୍ୟ ପାଇଁ ଖୁସି ଖବର: ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

ବାଲେଶ୍ୱରରୁ ୪ଜଣ, ଯାଜପୁରରୁ ଜଣେ

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ଓ ଜଣେ ଯାଜପୁରର ବୋଲି ସୂଚନା ମିଳିଛି। ଏହାଫଳରେ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ୫ଜଣଙ୍କର ଚିକିତ୍ସା ପରେ କୋଭିଡ-୧୯ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୯ ଥିବା ବେଳେ ୬୮ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୯ଜଣଙ୍କ ମଧ୍ୟରୁ ୧୩ଜଣ ଗଞ୍ଜାମ, ୩ଜଣ ମୟୁରଭଞ୍ଜ ଏବଂ ରାଉରକେଲା, ନୟାଗଡ଼ ଏବଂ ଭଦ୍ରକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂତନ ସଂକ୍ରମିତଙ୍କୁ  ମିଶାଇ ଗଞ୍ଜାମରେ ୮୪ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଭଦ୍ରକରେ ୨୫, ନୟାଗଡ଼ରୁ ଜଣେ ଏବଂ ମୟୁରଭଞ୍ଜରୁ  ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିଭଳି ନୂଆ ରିପୋର୍ଟ  ଅନୁଯାୟୀ ବାଲେଶ୍ୱରରେ ବର୍ତ୍ତମାନ ୧୮ଟି ସକ୍ରିୟ ମାମଲା ଥିବା ବେଳେ ୯ଜଣ ସୁସ୍ଥ ହୋଇଛନ୍ତି | ଯାଜପୁରରେ ୫୩ଟି ସକ୍ରିୟ ମାମଲା ରହିଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର