ଛୁଇଁଦେଲେ ଜେଟିପି, ମହାପ୍ରଭୁଙ୍କ ମହାସ୍ନାନ : ନୀତି ଘଣ୍ଟାଏ ବିଳମ୍ବ, ବନ୍ଦ ରହିଲା ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଚର୍ଚ୍ଚା ଦାୟିତ୍ୱରେ ଥିବା ଜଣେ ଜେଟିପି ଲାଗି ମାଳ ଛୁଇଁ ଦେବାରୁ ଆଜି ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଏ ନେଇ ଶ୍ରୀମନ୍ଦିରରେ ଆଜି ଘଣ୍ଟାଏ ନୀତି ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ମିଳିଥିବା ସୂଚନା ମୁତାବକ, ଆଜି ସଂଧ୍ୟାରେ ପାଳିଆ ସେବକମାନେ ମହାପ୍ରଭୁଙ୍କ ନୀତି କରୁଥିବା ବେଳେ ଚର୍ଚ୍ଚା ଦାୟିତ୍ୱରେ ଥିବା ଜେଟିପିଙ୍କ ଦେହରେ ମହାପ୍ରଭୁଙ୍କ ମାଳ ଲାଗି ଯାଇଥିଲା। ଲାଗି ମାଳ ପାଳିଆ ସେବକଙ୍କ ବିନା ଅନ୍ୟ କେହି ଛୁଇଁ ପାରିବେନି। ଜେଟିପିଙ୍କ ଦେହରେ ମାଳ ବାଜିଯିବାରୁ ଏହା ମାରା ହୋଇଯାଇଥିଲା। ଯେଉଁଥି ପାଇଁ ଆଜି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଏ ନେଇ ଆଜି ସଂଧ୍ୟା ୬ରୁ ରାତି ୭ଟା ପର୍ଯ୍ୟନ୍ତ ନୀତି ବନ୍ଦ ରହିଥିଲା। ପାଣି ପଡ଼ି ମହାସ୍ନାନ ପରେ ରାତି ୭ଟାରୁ ନୀତି ସ୍ୱାଭାବିକ ହେବା ସହ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର