ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ଭାଙ୍ଗିଲେ ଜିତେନ୍ଦ୍ର

ଭୁବନେଶ୍ବର : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛନ୍ତି ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଜିଲ୍ଲା କଂଗ୍ରେସର ଅଧିକାଂଶ କର୍ମକର୍ତା ଓ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଫଳରେ ଜିଲ୍ଲାରେ କଂଗ୍ରେସ କମିଟି ଏକପ୍ରକାର ଅଚଳ ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଭାରୀ ଶ୍ରୀ ସିଂହ ଜିଲ୍ଲା କମିଟିକୁ ଭାଙ୍ଗି ଦେଇଛନ୍ତି। ତେବେ ଖୁବଶୀଘ୍ର ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିର ପୁନର୍ଗଠନ କରାଯିବ। ଏ ନେଇ ଏଆଇସିସି ନିଷ୍ପତ୍ତି ନେବ ବୋଲି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର