୧୭ କ୍ଷୁଦ୍ର ଜମାକାରୀ ଫେରି ପାଇଲେ ଜମାରାଶି, ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌

କଟକ: ଜଷ୍ଟିସ ଏମ୍‌.ଏମ୍‌ ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଗୋଟିଏ ଅର୍ଥ ଲଗାଣକାରୀ ସଂସ୍ଥାର ୧୭ଜଣ କ୍ଷୁଦ୍ର ଜାମାକରୀ(୧୦ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି) ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। ନୋଟିସ ପାଇ ଏମ୍‌ପାୱାର ଗ୍ରୁପ୍ ଅଫ୍ କମ୍ପାନିଜର ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସ˚ସ୍ଥାରେ ନିବେଶ କରିଥିବା ଟଙ୍କା ସ˚ପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହା ପରେ ସଂସ୍ଥା ୧୭ ଜଣଙ୍କୁ ଜମା ଟଙ୍କା ଫେରସ୍ତ କରିଥିଲା। ଏହି ସ˚ସ୍ଥାକୁ କମିସନ୍‌ ୩୩୧ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ନୋଟିସ୍‌ ଜାରି କରିଥିବା ବେଳେ ପୂର୍ବରୁ ୯ଜଣଙ୍କ ଟଙ୍କା ଫେରସ୍ତ କରାଯାଇଥିଲା। ଅବଶିଷ୍ଟ କ୍ଷୁଦ୍ର ଜମାକାରୀଙ୍କୁ ଆସନ୍ତା ଜାନୁଆରି ମାସରେ ଟଙ୍କା ଫେରସ୍ତ କରିବାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର