ଅପହୃତା ନାବାଳିକା ଦିଲ୍ଲୀରୁ ଉଦ୍ଧାର

ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଅପହୃତ ହୋଇଥିବା ନାବାଳିକାକୁ ଦିଲ୍ଲୀରୁ ଉଦ୍ଧାର କରିଛି ପୁଲିସ। ନାବାଳିକାଙ୍କ ବାପା ଏପ୍ରିଲ ୪ ତାରିଖରେ ଝିଅର ନିଖୋଜ ସଂପର୍କରେ ଥାନାରେ ଏତଲା ଦେବା ପରେ କେସ୍‌ ନମ୍ବର ୫୯/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ ମୋବାଇଲ ଟ୍ରାକିଂ କରି ଉତ୍ତରପ୍ରଦେଶ ଔରଙ୍ଗାବାଦ ଥାନା ନାକିରାବାଦ ପୁଠି ଗ୍ରାମର ରୋହିତ କୁମାର (୨୩)କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଯୁବକ ନାବାଳିକାଙ୍କ ସହିତ ଫେସ୍‌ବୁକରେ ପ୍ରେମସଂପର୍କ ସ୍ଥାପନ କରି ତାଙ୍କୁ ଜାମସେଦପୁର ଟାଟା ରେଳ ଷ୍ଟେସନକୁ ଡାକିଥିଲା। ସେଠାରୁ ଦୁହେଁ ଟ୍ରେନ୍‌ରେ ଦିଲ୍ଲୀ ପଳାଇଥିଲେ। ନାବାଳିକାଙ୍କ ବୟସ ୨୨ ବର୍ଷ ଦର୍ଶାଇ ପ୍ରଥମେ ଏକ ଭଡ଼ାଘରେ ରହିବା ପରେ ଦିଲ୍ଲୀ ଚାଉଲା ଥାନା ବୁଲେନ ସହରସ୍ଥିତ ନିଜ ମାଉସୀ ଘରେ ନାବାଳିକା ସହ ରହିଥିଲା ଅଭିଯୁକ୍ତ। ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟାନଦେଓଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏସ୍‌ଆଇ ମଧୁସୂଦନ ଦତ୍ତଙ୍କ ନେତୃତ୍ବରେ ଏକ ପାଞ୍ଚଜଣିଆ ପୁଲିସ ଟିମ୍‌ ଦିଲ୍ଲୀ ଯାଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର