ଶନିବାର ଓ ରବିବାର ଛୁଟିରେ ଯାଇ ପାରିବେନି ୧୫ଟି ଜିଲ୍ଲାର ଅଫିସର୍‌

ଭୁବନେଶ୍ୱର: ଆଗାମୀ ନଭେମ୍ବର ୧୮ ଓ ୧୯ରେ ୧୫ଟି ଜିଲ୍ଲାର ଅଫିସରଙ୍କୁ ଛୁଟି ମନା କରିଦେଇଛନ୍ତି ରାଜ୍ୟ ସରକାର। ବଙ୍ଗୋପ ସାଗରରେ ଲଘୁଚାପଜନିତ ବର୍ଷା ଯୋଗୁଁ ଫସଲ ନଷ୍ଟ ନେଇ ସରକାର ଗୁରୁବାର ଏଭଳି ଘୋଷଣା କରିଛନ୍ତି। ଏହି ୨ଦିନ ଅଧିକାରୀମାନେ ଚାଷ କ୍ଷୟକ୍ଷତିର ସମୀକ୍ଷା କରିବେ। ଅଦିନିଆ ବର୍ଷା ଯୋଗୁଁ ଛୁଟି ବାତିଲ ଘୋଷଣା ହୋଇଛି। ୧୫ଟି ଜିଲ୍ଲାର ରାଜସ୍ୱ ଓ କୃଷି ବିଭାଗ ଅଧିକାରୀମାନେ ଲୋକଙ୍କ ସହ ରହି କ୍ଷୟକ୍ଷତିର ଆକଳନ କରିବେ।

ସମ୍ବନ୍ଧିତ ଖବର