ବଜ୍ରାଘାତରେ ୩୨ ଛେଳି ମୃତ, ୩ ଛେଳିଚରାଳି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା: ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ହାତୀଖାଲ ଗ୍ରାମରେ ସୋମବାର ଅପରାହ୍‌ଣରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଛି। ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନେ ହେଲେ ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ।

ସୂଚନା ଅନୁସାରେ ଗ୍ରାମର ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ଗାଁ ନିକଟରେ ଆଜି ଅପରାହ୍‌ଣରେ ଛେଳି ଚରାଉଥିଲେ। କାଳବୈଶାଖୀ ଯୋଗୁଁ ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ୩ ଛେଳିଚରାଳି ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଚିକିତ୍ସା ଦେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର