ଲୁଟ ଉଦ୍ୟମ ବିଫଳ: ୨ ଏଟିଏମ ଲୁଟେରାଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୁଲିସ

ଭୁବନେଶ୍ୱର: ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ।

ସୂଚନା ମୁତ‌ାବକ, ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ । ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟାଣସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର