ଅତାବିରାରେ ମଦ ମୃତ୍ୟୁ ଅଭିଯୋଗ

ଅତାବିରା, : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଲିପାଲି ଗଡ଼ତିଆଟିକ୍ରା ଗାଁରେ ମଦମୃତ୍ୟୁ ଅଭିଯୋଗ ହୋଇଛି। ଏହି ଗାଁ ର ଦିବାକର ଖଡ଼ିଆ (୩୨) ବିଷାକ୍ତ ରନ୍ଧା ମଦ ପିଇ ପ୍ରାଣ ହରାଇଥିବା କୁହାଯାଇଛି। ଶ୍ରମିକ ଶ୍ରେଣୀର ଦିବାକର ଶନିବାର ରନ୍ଧା ମଦ ପିଇ ଘରକୁ ଆସିଥିବା ବେଳେ ରାତି ସାଢ଼େ ୮ଟାରେ ଘରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଶବକୁ ପୋଡ଼ି ଦିଆଯାଇଛି। ଏନେଇ କ‌ୌଣସି ମାମଲା ଥାନାରେ ରୁଜୁ ହୋଇନାହିଁ। ତେବେ ତାଙ୍କ ମୃତ୍ୟୁ ବିଷାକ୍ତ ରନ୍ଧା ମଦଜନିତ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର