ଟ୍ରେନ୍‌ରୁ ପଡି ଯୁବକଙ୍କ ମୃତ୍ୟୁ

ରାଉରକେଲା: ହାୱଡା-ମୁମ୍ବାଇ ରେଳ ଲାଇନ୍‌ର ବନ୍ଧମୁଣ୍ଡାସ୍ଥ କୋଇଲାଗେଟ୍‌ ନିକଟରେ ଟ୍ରେନ୍‌ରୁ ପଡି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାର ମହମ୍ମଦ ଲାଲ ବାହାଦୁର। ବନ୍ଧମୁଣ୍ଡା  ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଆଜି ସକାଳେ କୋଇଲା ଗେଟ୍‌ ନିକଟରେ ରେଳ ଲାଇନରେ ଜଣେ ଯୁବକଙ୍କ ଶବ ପଡିଥିବା ଦେଖି ରେଳବାଇ ଥାନାକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର