ଜୁନାଗଡ଼ : ମଦ ବେପାରୀଙ୍କ ମାଡ଼ରେ ଗ୍ରାହକ ମୃତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବିଜରାଦର ଗାଁରେ ମଦ ବେପାରୀ ରାମେଶ୍ବର ନିଆଲ (୫୦)ଙ୍କ ଠେଙ୍ଗା ମାଡ଼ରେ ଗ୍ରାହକ ରୂପୀ ମାଝୀ (୪୮)ଙ୍କ ମୃତ୍ୟୁ ଘଟିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛି। ଗତ ଶନିବାର ସନ୍ଧ୍ୟାରେ ରୂପୀ ସେହି ଗାଁର ରାମେଶ୍ୱରଙ୍କ ପାଖକୁ ମଦ ପିଇବା ପାଇଁ ଯାଇଥିଲେ। ମଦ ପିଇବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାମେଶ୍ୱର ଠେଙ୍ଗାରେ ରୂପୀଙ୍କୁ ମାଡ଼ ମାରିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ରବିବାର ସନ୍ଧ୍ୟାରେ ଜୁନାଗଡ଼ ପୁଲିସ ଖବର ପାଇ ଶବ ଜବତ କରିଛି। ଅଭିଯୁକ୍ତ ରାମେଶ୍ବରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ବୋଲି ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର