କଂଗ୍ରେସରୁ ମନୋଜ ମହାପାତ୍ରଙ୍କ ଇସ୍ତଫା

ଭୁବନେଶ୍ବର : କଂଗ୍ରେସ ଦଳ ଏବେ କିଛି ପ୍ରଭାବଶାଳୀଙ୍କ ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ହେଉଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଆଶାକୁ ପୂରଣ କରିବା ସମ୍ଭବ ନୁହେଁ। ଏଭଳି ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ସହିତ ମୁଖପାତ୍ର ଓ ଏକଜିକ୍ୟୁଟିଭ୍ ବଡି ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ମନୋଜ ମହାପାତ୍ର। ଶ୍ରୀ ମହାପାତ୍ର ତାଙ୍କର ଅଭିଯୋଗପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏହାସହ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି। ରାଜ୍ୟରେ କଂଗ୍ରେସ ଦଳର ୨୦ଜଣ ମୁଖପାତ୍ର ଥିବା ବେଳେ ଏବେ ତାହା ୧୯କୁ ଖସି ଆସିଛି।

ନିକଟରେ ରାଜ୍ୟ କଂଗ୍ରେସର ନୂଆ ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେଇଛନ୍ତି। ଏହାସହ ଦୁଇଦିନ ତଳେ ଦଳର ଦୁଇଦିନିଆ ନବସଂକଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା। ରାଜ୍ୟବ୍ୟାପୀ କଂଗ୍ରେସ ନେତାମାନେ ଏକାଠି ହୋଇ ୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ। ଏ ସମୟରେ ଶ୍ରୀ ମହାପାତ୍ର ଦଳରୁ ଇସ୍ତଫା ଦେବା ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର