ଅଗଷ୍ଟ ୩୧ରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ଶିରିପୁର ଗ୍ରାମର ଆଦିବାସୀ ଶ୍ରେଣୀର ଲୋକମାନେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଜାହିରା ପୂଜା ପୀଠରେ ବେଆଇନ ଭାବେ ପ୍ରବେଶ କରି ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଜାଳିପୋଡି ଏବଂ ପୂଜା ସ୍ଥଳରେ ପରିସ୍ରା କରି ଥିବା ଅଭିଯୋଗ ଓଡ଼ିଶା ମୁଖ୍ୟ ମନ୍ତ୍ରୀ, ଜିଲ୍ଲାପାଳ ମୟୂରଭଂଜ, ଜପଜିଲ୍ଲାପାଳ କପ୍ତିପଦା ଉଦଳା, ଜିଲ୍ଲାର ସମସ୍ତ ପୋଲିସ ଅଧିକାର ମାନଙ୍କୁ ଦିଆଯାଇଛି । କିନ୍ତୁ ଦୁଃଖର ବିଷୟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ ନକରିବାରୁ ଜିଲ୍ଲାର ସମସ୍ତ ଆଦିବାସୀ ସମାଜ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ବୋଲି ପେସା ଗ୍ରାମସଭା ପକ୍ଷରୁ ଅଭିଯୋଗ କରାଯାଇଛି ।

ଜାହିରା ପୂଜା ସ୍ଥଳକୁ ଭାଙ୍ଗିବା, ଜାଳିପୋଡି ଦେବା ଏବଂ ଜାହିରା ସ୍ଥଳରେ ପରିସ୍ରା କରିବା ଦ୍ଵାରା ଅଦିବାସୀ ମାନଙ୍କ ଧର୍ମ ବିଶ୍ବାସ ପ୍ରତି ଘୋର ଆଘାତ ପହଂଚିଛି ଏବଂ ଏହାଦ୍ୱାରା ଭାରତୀୟ ସମ୍ବିଧାନ ଧାରା ୨୫ ଏବଂ ଧାରା- ୨୬ର ଖୋଲା ଭଲଂଘନ କରାଯାଇ ଆଦିବାସି ସମାଜକୁ ସମ୍ବିଧାନିକ ମୌଳିକ ଅଧିକାରରୁ ବଂଚିତ କରାଯାଉଥିବାର ଅଭିଯୋଗ କରି ଆଜି ବାରିପଦା ରଘୁନାଥପୁର ଠାରେ  ଜିଲ୍ଲା ପେସା ଗ୍ରାମସଭାର କର୍ମକର୍ତା ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଅଗଷ୍ଟ ୩୧ ତାରିଖ ଦିନ ସକାଳ ୬ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଂଟିଆ ମୟୂରଭଂଜ ବନ୍ଦ କରାଯିବ ବୋଲି ନିଷ୍ପତ୍ତିନିଆଯାଇଥିବା ବିଷୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପେସା ଗ୍ରାମ ସଭାର ସମ୍ପାଦକ ନନାରାମ ମୁର୍ମୁ ଜଣାଇଛନ୍ତି । ଏହି ବୈଠକରେ ପେସା ଗ୍ରାମ ସଭାର ସଭାପତି ପାଣ୍ଡୁରାମ ହେମ୍ବ୍ରମ, ସହ ସମ୍ପାଦକ ସୁରେନ୍ଦ୍ର ସୋରେନ, ପଂଚୁ ଟୁଡୁ, ଦୂର୍ଗାଚରଣ ମାରାଣ୍ଡି ପ୍ରମୁଖଙ୍କ ସହିତ ବିଭିନ୍ନ ବ୍ଲକର ସଂଯୋଜକ ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର