ନିୟନ୍ତ୍ରଣ ରହୁନି ସୁରତ ଫେରନ୍ତା ଗାଡିର ଗତିବିଧି ଉପରେ : ଶେରଗଡ଼ ବ୍ଲକ ସାମନାରେ ଦୁଇଟି ବସ ରହିଲା ଦୁଇ ଘଣ୍ଟା, କିଏ ବଜାରକୁ ଗଲା ତ କିଏ ରାସ୍ତା କଡ଼କୁ ପାଇଖାନା

ଶେରଗଡ଼ : ସୁରତରୁ ପ୍ରତିଦିନ ପ୍ରବାସୀମାନେ ନିଜ ଗାଁକୁ ଫେରିବାକୁ ଲାଗିଥିବା ବେଳେ ସେମାନଙ୍କୁ ଧରି ଆସୁଥିବା ବସ ଗୁଡିକ ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। କାହାର ବି ରହୁନି ନିୟନ୍ତ୍ରଣ। କିଏ ରାସ୍ତାରେ ଓହ୍ଲାଇ ଚାଲି ଯାଉଛି ତ କିଏ ରାସ୍ତାରେ ଘଣ୍ଟା ଘଣ୍ଟା ରଖୁଛି ଆଉ କିଏ ବାଟ ସାରା ରଖି ରଖି ଆସୁଛି।

ଆଜି ସକାଳୁ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ବସରେ ପ୍ରବାସୀମାନେ ଆସି ପାଖାପାଖି ଦୁଇ ଘଣ୍ଟା ଧରି ମୁଖ୍ୟ ଫାଟକ ନିକଟରେ ଥିବା ବେଳେ ସେମାନଙ୍କ ଗନ୍ତବ୍ୟ ସମ୍ପର୍କରେ ସୂଚନା ନ ଥିବା ଯୋଗୁଁ କିଏ ବଜାରକୁ ଚାଲି ଚାଲି ଆସି ଚା ଖୋଜୁଥିଲା ତ ଆଉ କିଏ ପାଣି ବୋତଲ ଧରି ରାସ୍ତା କଡ଼ରେ ପାଇଖାନା କରିବାକୁ ଯାଉଥିବା ସ୍ଥାନୀୟ ଲୋକ ଦେଖିଥିଲେ। ବସ ଗୁଡିକର ରୁଟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଉଥିଲେ ମଧ୍ୟ କିଭଳି ଏପରି ପରିସ୍ଥିତି ସୃଷ୍ଟି ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକ ଗାଡ଼ିରୁ ବାହାରି ଏଣେତେଣେ ବୁଲିବା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହେଉଛି। ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

ସମ୍ବନ୍ଧିତ ଖବର