ମିନତି ଦେବତା ବିଜେଡିରୁ ନିଲମ୍ବିତ

ରାଉରକେଲା: ଦଳ ବିରୋଧୀ କାର୍ଯ୍ୟ ପାଇଁ ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ମିନତି ଦେବତାଙ୍କୁ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ମିନତି ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିଲେ। ଗତ କିଛି ମାସ ଧରି ରାଉରକେଲା ବିଜେଡି ପକ୍ଷରୁ ସାରଦାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମିନତି ଆଦୌ ସାମିଲ ହେଉନଥିଲେ। ସାରଦା ବିରୋଧୀଗୋଷ୍ଠୀ ନେତାଙ୍କ ସହ ଦଳର ପୃଥକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଗତ କିଛିଦିନ ତଳେ ରାଉରକେଲା ବିମାନବନ୍ଦରରେ ଦିଲୀପ ରାୟଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। କେବଳ ରାଉରକେଲା ବିମାନବନ୍ଦର ନୁହେଁ, ଦିଲୀପଙ୍କ ବାସଭବନ କଲ୍ୟାଣିରେ ତାଙ୍କ ସମର୍ଥକଙ୍କ ସହ ମିନତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର