ଖୋର୍ଦ୍ଧା : ନବ ନିର୍ମାଣ କୃଷକ ସଂଘର ବିକ୍ଷୋଭ

ଭାରତୀୟ କିସାନ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବୈଠକ

ଖୋର୍ଦ୍ଧା : କୃଷକ ଆଇନ ପ୍ରତ୍ୟାହାର ଦାବିରେ ଶନିବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶନିବାର ପୂର୍ବାହ୍ଣ ୧୦ଟାରେ ବୋଲଗଡ଼ର ସୁରେଶ ଚନ୍ଦ୍ର ମାନସିଂହଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । କଂଟ୍ରାକ୍ଟ ଫାର୍ମିଂକୁ ବାତିଲ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବା, ସ୍ୱଚ୍ଛ ଭାରତ ନିର୍ମାଣରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରି ଆର୍ଥିକ ସହାୟତାରୁ ବଂଚିତ ପରିବାରଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରିବା ଆଦି ୧୨ ଦଫା ଦାବି ନେଇ କୃଷକ ସଂଘର ୧୦-୧୨ଜଣ ସଦସ୍ୟ ବସ୍‌ଷ୍ଟାଣ୍ଡ ରାସ୍ତାରେ ଧାରଣା ଦେଇଥିଲେ । ୩୦-୪୦ ମିନିଟ ପରେ ପୁଲିସ ସେମାନଙ୍କୁ ଧାରଣାରୁ ହଟାଇଥିଲା। ଶେଷରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ଭାରତୀୟ କିସାନ ସଂଘର ବୈଠକ
ଖୋର୍ଦ୍ଧା : ଭାରତୀୟ କିସାନ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବାଣପୁର ଗାୟତ୍ରୀ ଆଶ୍ରମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲା ସଭାପି ପଠାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଉପଦେଷ୍ଟା ଶରତ ମୋହନ ମିଶ୍ର, ପ୍ରାନ୍ତ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଥ ମହାପାତ୍ର, ଜିଲ୍ଲା ସମ୍ପାଦକ ଗଗନ ପ୍ରତିହାରୀ, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ବ୍ଲକ ସଭାପତି ରବୀନ୍ଦ୍ର ନାଥ ସାମନ୍ତରାୟ ପ୍ରମୁଖ ନେତାଙ୍କ ସହ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ବୈଠକରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ଉପାଦେୟତା ଓ କୃଷି ଉତ୍ପାଦକ ସଂଘ ମାଧ୍ୟମରେ କୃଷି ଓ କୃଷକର ବିକାଶ ନେଇ ଆଲୋଚନା କରାଯାଇଥିଲା । ଏହା ସହ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଯୋଗେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର