୮ ପ୍ରକଳ୍ପ ପାଇଁ ୫୦୦ କୋଟି

ମହାପ୍ରଭୁଙ୍କ ପାଇଁ ମହାେଯାଜନା

ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍‌ ସେତୁ
୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର
ମୂଷା ନଦୀ ଓ ମଙ୍ଗଳା ନଦୀର ସେଂଯାଗ
୨୮ ଏକର ଜମିରେ ପୁରୀ ହ୍ରଦର ବିକାଶ
ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିରାପତ୍ତା େଜାନ ଦ୍ବାରା େଯଉଁମାନେ କ୍ଷତିଗ୍ରସ୍ତ ହେବେ, େସମାନଙ୍କୁ ଥଇଥାନ କରାଯିବ। ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ସହଯୋଗ କରିବେ। ନୂଆ ବହୁଥାକିଆ ରାସ୍ତା େହବ। ମୂଷା ନଦୀର ପୁନରୁଦ୍ଧାର କରାଯିବା ସହିତ ଏହାକୁ ମଙ୍ଗଳା ନଦୀ ସହିତ େଯାଡ଼ାଯିବ। ପୁରୀରେ ଏକ ହ୍ରଦର ବିକାଶ କରାଯିବ ଓ ସବୁ ତୀର୍ଥ ପୁଷ୍କରିଣୀର ବି।

ଏମିତି ୮ଦଫା ପ୍ରସ୍ତାବ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିକାଶ ପାଇଁ ୫୦୦ େକାଟି ଟଙ୍କାର ପ୍ୟାକେଜ୍ ଅନୁେମାଦନ ଦେଇଛନ୍ତି। ଆଜି ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ଓ ବିଶଦ ଆେଲାଚନା ପରେ ଏସବୁରେ େମାହର ଲାଗିଥିଲା। ତେବେ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପ କାର୍ଯ୍ୟାନ୍ବୟନ ପାଇଁ ୨ ବର୍ଷର କଣ୍ଟ ରଖିଛନ୍ତି। ସ୍ପଷ୍ଟ ଭାବେ କହିଛନ୍ତି, ପୁରୀର ଭିତ୍ତିଭୂମିର ବିକାଶ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ।

ଆଜିର ବୈଠକ ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ଲାଗି ଭିତ୍ତିଭୂମିର ବିକାଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପରିବର୍ତିତ ପରିସ୍ଥିତିରେ ଶ୍ରୀମନ୍ଦିର ନିରାପତ୍ତା ଅତ୍ୟନ୍ତ ଜରୁରୀ। ଏଣୁ ଶ୍ରୀମନ୍ଦିର ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ। ଶ୍ରୀମନ୍ଦିର ସୁରକ୍ଷାକୁ ମହାପ୍ରଭୁଙ୍କ ସେବା ଭାବରେ ଗ୍ରହଣ କରିବା ଲାଗି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ସରକାରଙ୍କ ପକ୍ଷରୁ କୁହାଯାଇଛି େଯ ପୁରୀ ଶ୍ରୀମନ୍ଦିରକୁ ସିଧାସଳଖ ଜଣେ ଭକ୍ତ କିଭଳି ପହଞ୍ଚିପାରିବ, େସଥିପାଇଁ ପୁରୀ ବାଇପାସ୍‍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଅତ୍ୟାଧୁନିକ ଟ୍ରମ୍ପେଟ୍‍ ସେତୁ ଦ୍ୱାରା ସଂଯୋଗ କରାଯିବ। ଏହା ନାମ ଶ୍ରୀ ସେତୁ ଭାବେ ନାମିତ ହେବ। ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଶ୍ରୀ େସତୁ ନିର୍ମାଣ ପରେ ଭୁବନେଶ୍ବରରୁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବା ପାଇଁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ମାତ୍ର ୪୫ମିନିଟ୍ ଲାଗିବ। କେଉଁଠି ଟ୍ରାଫିକ୍ ନ ଥିବ କି କୌଣସି ଜାଗାରେ ଭକ୍ତଙ୍କୁ ଅଟକି ରହିବାକୁ ପଡ଼ିବନାହିଁ।

ଦ୍ବିତୀୟ ପ୍ରକଳ୍ପ ଭାବେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ବଲ୍ଲଭ ମଠର ବିକାଶର କଥା କହିଛନ୍ତି। ଏଠାରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା କରାଯିବ ଓ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ। ତା ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ େବାଲି ଆକଳନ କରାଯାଇଛି।

ତୃତୀୟ ପ୍ରକଳ୍ପ ଭାବେ ମୂଷା ନଦୀ (୨.୫ କିେଲାମିଟର)ର ପୁନରୁଦ୍ଧାର ନିଷ୍ପତ୍ତି େନଇଛନ୍ତି ରାଜ୍ୟ ସରକାର। ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ। ଫଳରେ ଆଉ ୨.୩ କିେଲାମିଟର ପର୍ଯ୍ୟନ୍ତ ନଦୀ ଶଯ୍ୟା ଖନନ େହବ। ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଓ ସେଠାରେ ରିଭର ଫ୍ରଣ୍ଟ ଟ୍ୟୁରିଜିମ୍‍ ବିକାଶ କରାଯିବ। ଏଥିପାଇଁ ୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଐତିହାସିକ ଅଠରନଳାରେ ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣକୁ ଚତୁର୍ଥ ପ୍ରକଳ୍ପ ଭାବେ ଅନୁମୋଦନ ମିଳିଛି। ଏଥିପାଇଁ ସରକାର ଏଏସ୍‍ଆଇର ସହଯୋଗ େନବେ। ଏ ବାବଦରେ ୫ କୋଟି ଟଙ୍କା ଖର୍ଚ୍ଚ େହବ। ସେହିଭଳି ପଞ୍ଚମ ପ୍ରକଳ୍ପ ଭାବେ ପୁରୀ ଠାରେ ୨୮ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ, େଯଉଁଥିରେ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ େବାଲି ହିସାବ କରାଯାଇଛି।

ସରକାର ସ୍ଥିର କରିଛନ୍ତି ଯେ ଶ୍ରୀମନ୍ଦିର ସୁରକ୍ଷା େଜାନରେ ଆସୁଥିବା ମଠଗୁଡିକର ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତର େହଉଥିବା ମଠର କୀର୍ତିଗୁଡିକର ସୁରକ୍ଷା େହବ। ଅବଢ଼‌ା େଯାଜନାରେ ଏସବୁର ପୁନରୁଦ୍ଧାର କରାଯିବ। ଏହାକୁ ଷଷ୍ଠ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ସପ୍ତମ ପ୍ରକଳ୍ପ ଭାବେ ଶ୍ରୀମନ୍ଦିର ନିରାପତ୍ତା ଜୋନରେ ଆସୁଥିବା ସମସ୍ତ ଦୋକାନ ଓ ଘରଗୁଡିକ ସ୍ଥାନାନ୍ତରିତ କରିବା ସହିତ ଥଇଥାନ ପ୍ୟାକେଜ୍ କାର୍ଯ୍ୟକାରୀ କରିବେ। ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର ଯୋଗାଇ ଦେବାକୁ ମନ ସ୍ଥିର କରିଛନ୍ତି।
ଅଷ୍ଟମ ପ୍ରକଳ୍ପରେ ପୁରୀର ସବୁ ତୀର୍ଥ ପୁଷ୍କରିଣୀ ଯଥା ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ସରକାର ସ୍ଥିର କରିଛନ୍ତି।ଏହାସହିତ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନମନ୍ତ୍ରୀ ପ୍ରତାପ େଜନା, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ,ପୁଲିସ ଡିଜି ବିଜୟ କୁମାର ଶର୍ମା, ଆଇନ ସଚିବ ଶଶୀକାନ୍ତ ମିଶ୍ର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ , କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଏସପି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର