ଡିଏସିପିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

ଭୁବନେଶ୍ବର : ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା କ୍ୟାଡର୍‌ ବା ଓଏମ୍‌ଏଚ୍‌ଏସ୍ ଡାକ୍ତରଙ୍କ ଡିଏସିପି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହା ଫଳରେ ନିଯୁକ୍ତି ହେବାଠାରୁ ୭, ୧୪ ଓ ୨୧ବର୍ଷରେ ୩ଟି ନିଶ୍ଚିତ ପଦୋନ୍ନତି ମିଳିବ। ରାଜ୍ୟ ମେଡିକାଲ ସେବା ସଂଘ ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନରୁ ଦାବି କରି ଆସୁଥିଲା। ଓମ୍‌ସାର ଜଣେ କର୍ମକର୍ତାଙ୍କ କହିବା କଥା, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ସଂଘ ପକ୍ଷରୁ ଯେଉଁ ଡିଏସିପି ପାଇଁ ଦାବି ହେଉଥିଲା ଏହା ସଂପୂର୍ଣ୍ଣ ଡିଏସିପି ନୁହେଁ। ଏହାଦ୍ବାରା ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଡାକ୍ତର ଉପକୃତ ହେବ ‌ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର