ପୁଲିସ -ମାଓବାଦୀ ଗୁଳି ବିନିମୟ

ବଣାଇଁଗଡ : ବଣାଇଁ ଉପଖଣ୍ତର ଗୁରୁଣ୍ତିଆ ଥାନା ଅନ୍ତର୍ଗତ କୁଚିଣ୍ତା ସୀମାନ୍ତରେ ଥିବା ସୋଲ ପ˚ଚାୟତର କ˚ଟାମୁଣ୍ତା ସ˚ରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧୢରେ ଗୁଳି ବିନିମୟହୋଇଛି। କ˚ଟାମୁଣ୍ତା ନିକଟରେ ମାଓ କ୍ୟାମ୍ପ ସୂଚନା ପାଇ ଡିଭିଏଫ ଏବ˚ ଏସଓଜିର ୮ଟି ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ। ଏଥିରେ ମାଓ ଶିବିର ଧ୍ବ˚ସ ହୋଇଥିବା କୁହାଯାଉଥିବାବେଳେ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। ସେ ଅ˚ଚଳରେ ଯୋଗାଯୋଗର ବ୍ୟବସ୍ଥା ସହିତ ମୋବାଇଲ ସେବା ଅପହ˚ଚ ହୋଇଥିବାରୁ ବିଶେଷ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର