ଦୁର୍ଦ୍ଦାନ୍ତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ

ମାଲକାନଗିରି: ଜାମିନରେ ମୁକୁଳି ଫେରାର ଥିବା ଦୁର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ଆଜି ଏନ୍‌ଆଇଏ ଟିମ୍‌ ଗିରଫ କରି ସାଥୀରେ ନେଇଯାଇଛି। ପୂର୍ବରୁ ରହିଥିବା ମାମଲାର ଶୁଣାଣି ପାଇଁ ଚାଣ୍ଟି ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଥିବାରୁ ଚାଣ୍ଟିକୁ ଏନ୍‌ଆଇଏ ଟିମ୍‌ ଖୋଜୁଥିଲା।

୨୦୧୨ ମସିହା ଜୁଲାଇ ମାସରେ ବିଏସ୍‌ଏଫ୍‌ ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ କରିଥିଲେ। ଏହି ଘଟଣାରେ ୪ଜଣ ଯବାନ ସହିଦ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ୨୦୧୩ ମସିହାରେ ଚାଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୮ ମସିହାରେ ଜାମିନ୍‌ରେ ଆସିବା ପରେ ଚାଣ୍ଟି ଫେରାର ହୋଇଯାଇଥିଲା। ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ନ ହେବାରୁ ଏନ୍‌ଆଇଏ ପୁଣି ଗୋଟିଏ ମାମଲା ରୁଜୁ କରିଥିଲା। କିଛି ଦିନ ତଳେ ଏନ୍‌ଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଣ୍ଟି ଏବଂ ସହଯୋଗୀଙ୍କ ପୋଷ୍ଟର ମାରିଥିଲା।

ସମ୍ବନ୍ଧିତ ଖବର