ବେଙ୍ଗାଲୁରୁରେ ଓଡ଼ିଆ ଚାଳକଙ୍କ ମୃତ୍ୟୁ; ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନକୁ ସ୍ତ୍ରୀଙ୍କ ଗୁହାରି

ଉତ୍କେଲା: ବେଙ୍ଗାଲୁରୁରେ ଓଡ଼ିଆ ଗାଡ଼ି ଚାଳକ ବିକ୍ରିମ ସୁନାଙ୍କ ମୃତ୍ୟୁ ଘଟିଛି। ଗାଁକୁ ଶବ ଆଣିବା ପାଇଁ ତାଙ୍କ ସ୍ତ୍ରୀ ପ୍ରଶାସନଠାରେ ଗୁହାରି କରିଛନ୍ତି। ମୃତ ବ୍ୟକ୍ତି ହେଲେ ବିକ୍ରମ ସୁନା (୫୨)।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ବୋରିଆ ପଞ୍ଚାୟତ ନାଗୁପଲା ଗ୍ରାମର ଗାଡ଼ି ଚାଳକ ବିକ୍ରମ ସୁନା ଗତ କିଛି ବର୍ଷ ହେବ ବେଙ୍ଗାଲୁରୁରେ ରହି ଏକ କମ୍ପାନିର ଡ୍ରାଇଭର ଭାବେ କାମ କରୁଥିଲେ। କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ତାଙ୍କ ମୃତ୍ୟୁ ହୋଇଗଲା। ତେବେ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକ ଗାଁକୁ ଶବ ଆଣି ପାରୁ ନାହାନ୍ତି। ତେଣୁ ସହାୟତା ପାଇଁ ତାଙ୍କ ସ୍ତ୍ରୀ ଯଶୋବନ୍ତୀ ପ୍ରଶାସନଠାରେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର