ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେଲା ଡେୟାର ଡେଭିଲ ଶୋ; ହାତରେ ତ୍ରିରଙ୍ଗା ଧରି ମୋଟର ବାଇକ ଉପରେ ଦୁଃସାହସିକ କଳା ଦେଖାଇଲେ ସୁରକ୍ଷା କର୍ମୀ

ଭୁବନେଶ୍ୱର : ଓଡ଼ିଶା ପରେଡରେ ଦିଲ୍ଲୀ ଷ୍ଟାଇଲ୍ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଏସ୍ଓଜି ଯବାନ । ଉଗ୍ରପନ୍ଥୀ ଓ ଆତଙ୍କବାଦୀଙ୍କ ମୁକାବିଲା କରୁଥିବା ଏଲାଇଟ୍ ପାରାମିଲିଟାରୀ ୟୁନିଟ୍ ଭୁବନେଶ୍ୱରରେ ସାମିଲ ହୋଇଥିଲେ । ୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ସ୍ପେଶାଲ ଅପରେସନ୍ ଗ୍ରୁପ୍ ଆରମ୍ଭ କରିଥିଲେ ।

ଏଥିସହିତ ଭୁବନେଶ୍ୱର ପରେଡ‌ରେ ଆଉ ଏକ ଆକର୍ଷଣ ଥିଲା ଏଥିରେ ସାମିଲ ହୋଇଥିବା ସ୍କେଟିଂ ଟିମ୍ । ଛୋଟ ଛୋଟ ପିଲାମାନେ ସ୍କେଟିଂ କରି ଏହି ପରେଡ୍‌ରେ ସାମିଲ ହୋଇଥିଲେ । ଯେଉଁମାନେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସ୍କେଟିଂର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀର ସଦସ୍ୟମାନେ ପରେଡ୍ ସ୍ଥଳରେ ପ୍ରଦର୍ଶନ କରିଥିଲେ ଏହି ସ୍କେଟିଂ ସୋ ।

ସେହିପରି ରାଜ୍ୟସ୍ତରୀୟ ପରେଡରେ ଉପସ୍ଥିତ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା, ଡେୟାର ଡେଭିଲ ସୋ । ବାଇକ୍ ଉପରେ ଦେଖିବାକୁ ମିଳିଥିଲା ଷ୍ଟଂଡ୍ । ଜାତୀୟ ପତାକା ଧରି ବାଇକ୍ ଉପରେ ଦୁଃସାହାସିକ କୌଶଳ ପ୍ରଦର୍ଶନ କରିଥିଲେ ଏଥିରେ ସାମିଲ ହୋଇଥିବା ସଦସ୍ୟମାନେ।

ସମ୍ବନ୍ଧିତ ଖବର