ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ ସରକାରୀ ଓକିଲ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ ଜଣ ଓକିଲଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ କୋର୍ଟରେ ଏମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ। ନିଯୁକ୍ତ ହୋଇଥିବା ୧୨ ଜଣ ବରିଷ୍ଠ ଆଇନଜୀବୀମାନେ ହେଉଛନ୍ତି ଜୟନ୍ତ କୁମାର ମିଶ୍ର, ବନମାଳି ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ,ମନୋଜ କୁମାର ଦାସ, ରମାକାନ୍ତ ରାଉତରାୟ, ଲକ୍ଷ୍ମୀଧର ପରିଡ଼ା, ମୋହନ ଗୋପାଳ ଦୋରା, ଅନସାର ଅଲ୍ଲୀ, ଆରତୀ କର, କଳ୍ପତରୁ ସାହୁ, ଚିରସ୍ମିତା ସାମଲ ଓ ତପନ କୁମାର ପଣ୍ଡା ପ୍ରମୁଖ।

ସମ୍ବନ୍ଧିତ ଖବର