ବସ୍‌ଭଡ଼ା ୨ ପଇସା କମିଲା

ଭୁବନେଶ୍ବର : ଡିଜେଲ୍‌ ଦର ବୃଦ୍ଧି ପ୍ରଭାବରେ ବସ୍‌ଭଡ଼ା କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ଦୀର୍ଘ ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଡିଜେଲ୍‌ ଦର ହ୍ରାସ ପାଇଛି। ଏହାର ପ୍ରଭାବରେ ବସ୍‌ଭଡ଼ା କମିଛି। ଏ ନେଇ ସାଧାରଣରେ ଏହା ଆଶ୍ବସ୍ତି ପ୍ରକାଶ ପାଇଛି।

ଆଜି ଏ ନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ଶ୍ରେଣୀର ବସ୍‌ଭଡ଼ା କିଲୋମିଟର(କି.ମି.) ପିଛା ୨ ପଇସା କମିଛି। ଏସି ଓ ଡିଲକ୍ସ ବସ୍‌ଭଡ଼ା କମିଛି କି.ମି. ପିଛା ୪ ପଇସା। ପୂର୍ବରୁ ଅର୍ଡିନାରୀ ବସ୍‌ଭଡ଼ା କି.ମି. ପିଛା ୭୨ ପଇସା ଥିବାବେଳେ ଏହା ୭୦ ପଇସାକୁ ହ୍ରାସ ପାଇଛି। ସେହିପରି ଡିଲକ୍ସ ବସ୍‌ଭଡ଼ା କି.ମି. ପିଛା ୭୫ ପଇସା ଥିଲା। ଏହା ୭୩ ପଇସାକୁ କମିଛି। ତେବେ ଡିଲକ୍ସ ଓ ଏସି ବସ୍‌ଭଡ଼ା କି.ମି. ପିଛା ୪ ପଇସା ହ୍ରାସ ପାଇଛି। ପୂର୍ବରୁ ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୫ ପଇସା ଥିବା ବେଳେ ଏହା ୧ ଟଙ୍କା ୧ ପଇସାକୁ କମିଛି। ସେହିପରି ଏସି ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୨୭ ପଇସା ଥିଲା। ଏହା ୧ ଟଙ୍କା ୨୩ ପଇସାକୁ ହ୍ରାସ ପାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସନ୍‌ଙ୍କ କହିବାନୁସାରେ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବସ୍‌ଭଡ଼ା ହ୍ରାସ ବୃଦ୍ଧି ଘଟୁଛି।

ସମ୍ବନ୍ଧିତ ଖବର