‘ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ରାଜ୍ୟ ଦିବସ’ ପାଳିତ

ଭୁବନେଶ୍ୱର : ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆୟୋଜିତ ‘ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୧୭’ ଅବସରରେ ‘ଓଡ଼ିଶା ରାଜ୍ୟ ଦିବସ’ ଆଜି ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆବାସିକ କମିସନର୍‌ ସଂଜୀବ ମିଶ୍ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାସିକ ଓଡ଼ିଆ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ଇଂରାଜୀ ପତ୍ରିକା ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଶେଷରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ପଦ୍ମିନୀ ଦୋରା ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଉତ୍ସବ ଚରଣ ଦାସଙ୍କ ନେତୃତ୍ୱରେ ଘୋଡ଼ା ନୃତ୍ୟ, ଗଞ୍ଜାମର ଲୋକନୃତ୍ୟ ଦଳ ଦ୍ୱାରା ରଣପା ଓ ବାଘ ନୃତ୍ୟ ଏବଂ ବଲାଙ୍ଗୀର ଦୁଲଦୁଲି କଳା ପରିଷଦ ପକ୍ଷରୁ ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ମନୋଜ କୁମାର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଲେନିନ୍‌ ମହାନ୍ତି, ସୁଚରିତା ଷଡ଼ଙ୍ଗୀ, ବିପିନ ବିହାରୀ ବାରିକ ଓ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର