ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର ଓ କେନ୍ଦୁଝର ସମତେ ଏହି ସବୁ ଜିଲ୍ଲାକୁ ପାଇପ ଯୋଗେ ମିଳିବ ଇନ୍ଧନ ଗ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୨ରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରୁ ଲୋକମାନଙ୍କୁ  ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ସୋମବାର ଭୁବନେଶ୍ୱରରେ  ଗେଲ୍‌ ଇଣ୍ଡିଅା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଏହି .ଯୋଜନାରେ ସାମିଲ୍ ଥିବା  ଦେଶର ସମୁଦାୟ ୬୩ଟି  ସ୍ଥାନ ମଧ୍ୟରୁ ଓଡ଼ିଶାର ୭ଟି ଅଞ୍ଚଳ ରହିଛି। ଏହି ୭ଟି ଅଞ୍ଚଳ ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲା ସ୍ଥାନ ପାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା,ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ,ନୟାଗଡ଼, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା। ଭାରତ ଗ୍ୟାସ ରିସୋର୍ସ ଲିମିଟେଡ, ଆଦାନି ଗ୍ୟାସ ଲିମିଟେଡ୍‌ ଏବଂ ଗ୍ୟାସ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌) ଏହି ପ୍ରକଳ୍ପ କାର୍ଯ୍ୟ ମିଳିତ ଭାବେ ହାତକୁ ନେଇଛନ୍ତି। ଏଥିପାଇଁ ରାଜ୍ୟରେ ହାରାହାରି ୩୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ଓ  ଆସନ୍ତା ୮ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରାଯିବ।

 

ସମ୍ବନ୍ଧିତ ଖବର