ପୁରୁଣା ବେତନଭୋଗୀ କର୍ମଚାରୀ ପାଇବେ ୪% ମହଙ୍ଗାଭତ୍ତା

ଭୁବନେଶ୍ୱର: ପୁରୁଣା ବେତନଭୋଗୀ ସରକାରୀ କର୍ମଚାରୀଙ୍କ ପାଇଁ ୪% ମହଙ୍ଗାଭତ୍ତା ମଞ୍ଜୁର ହୋଇଛି। ସେମାନେ ଅକ୍ଟୋବର ମାସ ଦରମାରେ ସେ ବାବଦ ଅର୍ଥ ପାଇବେ। ଏ ନେଇ ଆଜି ଅର୍ଥ ବିଭାଗ ପ୍ରମୁଖ ସଚିବ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଯେଉଁ କର୍ମଚାରୀଙ୍କର ବେତନ ପୁନଃନିର୍ଧାରଣ ହୋଇନାହିଁ ସେମାନେ ହିଁ ୨୦୧୭ ଜାନୁଆରି ୧ ତାରିଖରୁ ଏହି ଭତ୍ତା ପାଇବେ। ଏହି ଗୋଷ୍ଠୀର କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ସରକାରଙ୍କଠାରୁ ବେତନ ପାଉଥିବା ବିଶ୍ୱବିଦ୍ୟାଳୟ ଶିକ୍ଷକ, ଅଣଶିକ୍ଷକ, ଆଇନ ବିଭାଗ ସଂକଳ୍ପ ଅନୁଯାୟୀ ବେତନ ପାଉଥିବା ବିଚାର ବିଭାଗୀୟ ଅଧିକାରୀ, ଓ୍ଵାର୍କଚାର୍ଜଡ୍‌ କର୍ମଚାରୀ, ଚକବନ୍ଦୀ ଓ ବନ୍ଦୋବସ୍ତ ସଂସ୍ଥାର କର୍ମଚାରୀ। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଯେଉଁ କର୍ମଚାରୀମାନେ ୭ମ ବେତନ କମିସନଙ୍କ ସୁପାରିସ ମୁତାବକ ବେତନ ପାଉନାହାନ୍ତି, ସେମାନଙ୍କ ପାଇଁ ଏହି ମହଙ୍ଗାଭତ୍ତା ଲାଗୁ ହେବ।

ସମ୍ବନ୍ଧିତ ଖବର