ଟାଙ୍ଗିଆରେ ବାବାଙ୍କୁ ହାଣିଦେଲେ ବାବା

ବୌଦ୍ଧ: ଜଣେ ମହିମା ବାବା ଅନ୍ୟ ଜଣେ ବାବାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି | ଯାହାକୁ ନେଇ ଏବେ ବୌଦ୍ଧ ଧଳପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ସୋମବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି | ବୌଦ୍ଧ ଜିଲ୍ଲା ଧଳପୁର ପଞ୍ଚାୟତର ଦୁର୍ଗାପୁର ମହିମା ଆଶ୍ରମରେ ଦୁଇ ବାବାଙ୍କ ମଧ୍ୟରେ ଝଗଡା ଲାଗିଥିଲା ।

ଝାଡବତୀ ଜାଳିବାକୁ ନେଇ ଥିବା ପୂର୍ବ ଶତ୍ରୁତା ଚରମ ଶିଖରରେ ପହଞ୍ଚିଥିଲା। ତେବେ କାହ୍ନା ବିଶି ଓ ବୈକୁଣ୍ଠ ବାବା ନାମକ ଦୁଇ ଜଣ ମହିମାଧର୍ମାବଲମ୍ବୀ, ଅନନ୍ତ ବେହେରା ନାମକ ଆଉ ଜଣେ ଦୀକ୍ଷିତଙ୍କ ଦୁଇ ହାତକୁ ଟାଙ୍ଗିଆରେ ହାଣିଛନ୍ତି। ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ଗୁରୁତର ଅନନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

DNA India

ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର