‘ମୋ ସରକାର’ରେ ପଞ୍ଚାୟତିରାଜ ବିଭାଗ : ଲୋକଙ୍କ ସହ ଫୋନ୍‌ରେ କଥା ‌ହେଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ମୋ ସରକାର ଓ ୫-ଟିର କାର୍ଯ୍ୟକା‌ରିତା ନେଇ ସିଧାସଳଖ ଲୋକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ବ୍ଲକ୍‌ ଅଫିସ୍‌କୁ ଆସୁଥିବା ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ମତାମତ ଲୋଡ଼ିଛନ୍ତି। ଅଭିଯୋଗ ସତ୍ତ୍ବେ ଯେଉଁ ଅଞ୍ଚଳରେ ସମସ୍ୟା ସମାଧାନ ହୋଇନି, ସେଠାରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମନ୍ତ୍ରୀ ତାଗିଦ୍ କରିଥିଲେ। ଗତକାଲି ଓ ଆଜି ପ୍ରାୟ ୨୦ ଜଣ ଲୋକଙ୍କ ‌ସହ ସେ ଫୋନ୍ କରି କଥା ହୋଇଥିଲେ। ନିୟମିତ ଭାବେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର