ରଥକାଠ କାଟିଲେ ରାଜ୍ୟ ବାହାରର ବ୍ୟକ୍ତି

ପୁରୀ : ରଥଖଳାରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଅନୁପ୍ରବେଶ ଉପରେ ନଜର ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହାସତ୍ତ୍ବେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ରଥଖଳାରେ ପଶିବାକୁ ତ ସାହସ କରିଛନ୍ତି, ଏହାସହ କରତି ସେବକଙ୍କ ସହ ମିଶି ରଥକାଠ କାଟିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି। ଏଭଳି ରଥକାଠ କାଟିବାକୁ କିଏ ଅନୁମତି ଦେଲା ବୋଲି ଭକ୍ତ, ସେବାୟତ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଏହି ବ୍ୟକ୍ତି ରଥଖଳାରେ ପଶି କରତ ଧରି କରତି ସେବକଙ୍କ ସହ ରଥକାଠ କାଟିଥିଲେ। ଯାହାର ଫଟୋ ଅନ୍ୟମାନେ ଉଠାଇଥିଲେ। ସଂପୃ୍କ୍ତ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକଳାପ ଅନ୍ୟମାନଙ୍କୁ ବି ଏଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେବ ବୋଲି ଅଭିଯୋଗ ହୋଇଛି। ସେପଟେ ଏଭଳି କାର୍ଯ୍ୟଦ୍ବାରା ଯଦି କୌଣସି ଭକ୍ତଙ୍କ କିଛି ହୋଇଯାଏ ଏବଂ ରଥଖଳାରେ କିଛି ଅସୁବିଧା ଉପୁଜେ, ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର