ନାବାଳିକାଙ୍କୁ ଦୁର୍ବ୍ୟବହାର: ୨ ଯୁବକଙ୍କୁ ଛେଚିଲେ ଲୋକେ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଇ ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିସ୍ତୁକ ପିଟିଛନ୍ତି। ଗ୍ରାମର ଜଣେ ନାବାଳିକା (୧୨) ଅପରାହ୍ନରେ ବୁଲାବୁଲି କରୁଥିବା ବେଳେ ଦୁଇଜଣ ଯୁବକ ଜଗନ୍ନାଥ ମନ୍ଦିର ରାସ୍ତାରେ ତାଙ୍କୁ ଅଟକାଇ ଟଣାଓଟରା କରିଥିଲେ। ନାବାଳିକା ଜଣକ ଘରଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନା ଛକରୁ ସମ୍ପୃକ୍ତ ଯୁବକମାନଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ରାମଚନ୍ଦ୍ରପୁର ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ବନ୍ଦନା ପାତ୍ର ପହଞ୍ଚି ଅଙ୍ଗାରୁଆ ଗ୍ରାମର ବିକାଶ ଜେନା (୨୦) ଓ ସୁରେନ୍ଦ୍ର ଜେନା (୨୫)ଙ୍କୁ ଥାନାକୁ ନେଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୧୯୭/୨୦ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର