ଯୁକ୍ତ୨ର ବାକି ପରୀକ୍ଷା ୬ ଦିନରେ ହେବ, ପରୀକ୍ଷା କେନ୍ଦ୍ରର ତଥ୍ୟ ମାଗିଲା ସିଏଚ୍‌ଏସ୍‌ଇ

ଭୁବନେଶ୍ବର : ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ବାକି ଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟଗୁଡ଼ିକର ପରୀକ୍ଷା‌ ଅନୁଷ୍ଠିତ ହେବ। ମୋଟ ୬ ଦିନ ଧରି ୪ଟି ବିଭାଗର ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି କ’ଣ ରହିଛି? ସାମାଜିକ ଦୂରତ୍ବ ରଖାକରାଯାଇ କେତେ ପିଲା ପରୀକ୍ଷା ଦେଇପାରିବେ? ରୁମ୍‌, କମନ୍‌ ରୁମ୍‌ ଆଦି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର