ବଲାଙ୍ଗୀର: ବନ୍ଧକ ରଖିଥିବା ଯୁବକକୁ କାବୁ କଲା ପୁଲିସ

ବଲାଙ୍ଗୀର: ବନ୍ଧୁକ ମୁନରେ ବନ୍ଧକ ରଖିଥିବା ଯୁବକକୁ କାବୁ କରିଛି ପୁଲିସ। ବଲାଙ୍ଗୀର ଶାନ୍ତିପଡ଼ାରେ ବନ୍ଧୁକ ଦେଖାଇ ଘରେ ପଶି ଆତଙ୍କ ଚଳାଇଥିଲା ଯୁବକ। ମଦନ ମୋହନ ହୋତାଙ୍କ ଘରେ ଜଣେ ଯୁବକ ପଶି ବନ୍ଧୁକ ଦେଖାଇ ଆତଙ୍କ ଚଳାଇଥିଲା। ଘର ଭିତରପଟୁ କବାଟ ବନ୍ଦ ରଖି ଲୋକଙ୍କୁ ଭୟଭୀତ କରୁଥିଲା।

ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଯୁବକଙ୍କୁ ଆୟତ କରିବାରେ ସଫଳ ହୋଇଛି। ପୂର୍ବରୁ ଝରକା ବାଟେ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ସକାଳ ୭ଟାରୁ ଘରେ ବନ୍ଧୁକ ଦେଖାଇ ପରିବାରର ୩ ସଦସ୍ୟଙ୍କ ବନ୍ଧକ ରଖିଥିଲା ଦୁବୃର୍ତ୍ତ। ଦୀର୍ଘ ୬ଘଣ୍ଟାର କସରତ ପରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଏସଡିପିଓ ଓ ଅଗ୍ନିଶମ ବାହିନୀ।

ସମ୍ବନ୍ଧିତ ଖବର