ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା ମହାସଂଘ- ପୁଲିସ ମୁହାଁମୁହିଁ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜି ଛକଠାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ପଞ୍ଚାୟତସମିତି ସଭ୍ୟଓ ସଭ୍ୟା ମହାସଂଘର କର୍ମକର୍ତ୍ତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ବିଧାନସଭା ଆଡ଼କୁ ଧସେଇ ପଶୁଥିବା ମହାସଂଘର କର୍ମକର୍ତ୍ତାମାନଙ୍କୁ ପୁଲିସ ବାଧା ଦେବାରୁ ଉଭୟ ଠେଲାପେଲା ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ସେଠାରେ ଲାଠି ଚାଳନା କରିଛି। ପୁଲିସ ଲାଠିମାଡ଼ରେ ମହାସଂଘର ୫ ଜଣ ସଦସ୍ୟ ଆହତ ହୋଇଛନ୍ତି। ପୁଲିସ ୩୦ରୁ ଊର୍ଧ୍ୱ ସଦସ୍ୟଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର