ପ୍ରଦୀପ ବିଶ୍ବାଳ ରେରା ସଦସ୍ୟ ନିଯୁକ୍ତ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ରେରା (ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ)ରେ ଆଉ ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ଅର୍ଥ ବିଭାଗର ପୂର୍ବତନ ସ୍ବତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ବିଶ୍ବାଳଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ବିଶ୍ବାଳଙ୍କର ଜଣେ ଦକ୍ଷ ପ୍ରଶାସକ ପରିଚୟ ରହିଛି। ଏହାବ୍ୟତୀତ ସେ ଆଗ ଧାଡ଼ିର କବି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଆ, ଇଂରାଜି ଓ ହିନ୍ଦୀରେ ତାଙ୍କର ପ୍ରାୟ ୬ଟି କବିତା ସଂକଳନ ରହିଛି।

ପୂର୍ବତନ ଆଇଏଫ୍‌ଏସ୍ ଅଫିସର ସିଦ୍ଧାନ୍ତ ଦାସ ସଂପ୍ରତି ରେରାର ଅଧ୍ୟକ୍ଷ ଅଛନ୍ତି। ଶ୍ରୀ ବିଶ୍ବାଳଙ୍କୁ ଛାଡ଼ି ରେରାରେ ଆଉ ଜଣେ ସଦସ୍ୟ ମଧ୍ୟ କାର୍ଯ୍ୟ କରୁଛନ୍ତି। ୬୫ବର୍ଷ ବା ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଏହି ପଦରେ ଶ୍ରୀ ବିଶ୍ବାଳ କାର୍ଯ୍ୟ କରିବେ। ପ୍ରମୁଖ ଶାସନ ସଚିବ ପାହ୍ୟାର ଏହି ପଦବିରେ େସ ଯେବେ ଯୋଗଦେବେ, ସେବେଠାରୁ ତାଙ୍କର ନିଯୁକ୍ତି ଅବଧିକୁ ବିଚାରକୁ ନିଆଯିବ।

ସମ୍ବନ୍ଧିତ ଖବର