ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ ପାତ୍ର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ କେନ୍ଦ୍ର କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମୁହଁ ଖୋଲିଛନ୍ତି। ଶ୍ରୀ ପାତ୍ର କହିିଛନ୍ତି ଯେ, ଚିଲିକା ପ୍ରସଙ୍ଗରେ ଆମେ ସ୍ପଷ୍ଟ କରୁଛୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜୁ ଜନତା ଦଳରେ ନାହାନ୍ତି। ଯେଉଁମାନେ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଆମେ କହୁଛୁ ଚିଲିକା ବିଧାୟକ ବିଜେଡିରେ ନାହାନ୍ତି। ଆମେ ଆଜି ମଧ୍ୟ କହୁଛୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏହି ଘଟଣାରେ ଟାଣି ଟୁଣୀ ବିଜେଡିକୁ ଆଣିବାକୁ ଚେଷ୍ଟା କରାଯାଉଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତିକରଣ କରା ନଯାଉ। ବିଜେପି ଶାସିତ ଅଞ୍ଚଳରେ ଏହିଭଳି ଏକ ସମାନ ଘଟଣା ହୋଇଥିବା ବେଳେ ଏଠିକାର ବିଜେପି ନେତା କହିଥିଲେ ଆଇନ ତା ବାଟରେ ଯିବ। ଏବେ କାହିଁକି ଦୋହରା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଯେତେବେଳେ ପୁଲିସ କହି ସାରିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କାହିଁକି ବିଜେପି ଏହାକୁ ରାଜନୀତିକରଣ କରାଯାଉଛି।

ଶ୍ରୀ ପାତ୍ର କହିଛନ୍ତି ଯେ, ପୁରୀ ସାଂସଦ ପିନାକୀ ମିଶ୍ର ଚିଲିକା ବିଧାୟକଙ୍କ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ତେଣୁ ମୁଁ ତାର ପୁନରାବୃତ୍ତି କରିବାକୁ ଚାହୁଁନି। ସୂଚନାଯୋଗ୍ୟ ପିନାକୀ ମିଶ୍ର କହିଥିଲେ ଯେ ଦଳର ସମ୍ବିଧାନ ଅନୁଯାୟୀ ୩ ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି, ତେବେ ତାଙ୍କୁ ଦଳରୁ ବହିଷ୍କାର ବୋଲି ଧରାଯାଏ।

ସମ୍ବନ୍ଧିତ ଖବର