‘ଆବଶ୍ୟକ ସ˚ଚରନାତ୍ମକ ସ˚ସ୍କାର ନକରି ଆର୍ଥିକ ପ୍ରୋତ୍ସାହନ ରିଲିଫ ବାଣ୍ଟିବା ସଦୃଶ’

ଅର୍ଥନୀତିରେ ନିମ୍ନବର୍ଗର ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ଜୀବିକା ହରାଇଥିବା ଅଗଣିତ ଶ୍ରମିକଙ୍କୁ ଥଇଥାନ ନକରିବା ପାଇଁ ବହୁଗୁଡ଼ିଏ ଆର୍ଥିକ ପ୍ରୋତ୍ସାହନ କଥା ଘୋଷଣା କରିଛନ୍ତି। କୃଷି, କ୍ଷୁଦ୍ରଶିଳ୍ପ, କ୍ଷୁଦ୍ର ବ୍ୟବସାୟ, ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଦିଆଯିବ। କିନ୍ତୁ ଏହି କାର୍ଯ୍ୟକ୍ରମର ସୁଫଳ ମୁଖ୍ୟତଃ ଏକପକ୍ଷରେ ରାଜ୍ୟ ସରକାରଙ୍କ ଆନ୍ତରିକତା, ସାଧୁତା, ଦୂରଦୃଷ୍ଟି ଓ ଆର୍ଥିକ ସ˚ସ୍କାର ଉପରେ ନିର୍ଭର କରୁଥିଲାବେଳେ ଅନ୍ୟପକ୍ଷରେ ହିତାଧିକାରୀଙ୍କ ନିଜର ଆର୍ଥିକ ଉନ୍ନତି ପାଇଁ ଆନ୍ତରିକତା ଉପରେ ମଧ୍ୟ ନିର୍ଭରଶୀଳ। ସରକାରୀ ନିୟନ୍ତ୍ରଣକୁ କୋହଳ କରି, ଆର୍ଥିକ ସହାୟତାର ନିୟମାବଳୀକୁ ସହଜ ଓ ବୋଧଗମ୍ୟକରି ଲୋକମାନଙ୍କର ସାମର୍ଥ୍ୟ ଓ ଉପଲବ୍ଧ ହେଉଥିବା ସମ୍ବଳକୁ ଦୃଷ୍ଟିରେ ରଖି ସାରା ରାଜ୍ୟ ପାଇଁ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରିବା ସରକାରଙ୍କ ଦାୟିତ୍ବ। ଆବଶ୍ୟକୀୟ ସ˚ଚରନାତ୍ମକ ସ˚ସ୍କାର ନ କରି ଯଦି ଆର୍ଥିକ ପ୍ରୋତ୍ସାହନ ଦିଆଯିବ, ତାହା କେବଳ ରିଲିଫ ବାଣ୍ଟିବା ଭଳି ହେବ। ଅର୍ଥନୀତିର ଅଭିବୃଦ୍ଧି ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର ପୂର୍ବତନ ସଦସ୍ୟ, ଓପିଏସ୍‌ସି

ସମ୍ବନ୍ଧିତ ଖବର