ଅନୁମତି ନ ଥିବାରୁ ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ: ବିଜେପି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଆୟୋଜିତ ପଥପ୍ରାନ୍ତ ନାଟକକୁ ଅଧାରୁ ବନ୍ଦ କରି ଦେଇଛି ସତ୍ୟବାଦୀ ପୁଲିସ। ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅନୁମତି ପତ୍ର ନ ଥିବାରୁ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସତ୍ୟବାଦୀ ପୁଲିସ ପକ୍ଷରୁ ଆବଶ୍ୟକ ଅନୁମତିପତ୍ର ତନଖି କରାଯାଇଥିଲା। ମାତ୍ର ଦଳୀୟ କର୍ମକର୍ତ୍ତା ଏ ସଂକ୍ରାନ୍ତରେ କୌଣସି ଅନୁମତିପତ୍ର ଦେଖାଇ ନ ପାରିବାରୁ ପୁଲିସ୍‌ ଏହି କାର୍ଯ୍ୟକ୍ରମକୁ ଅଧରୁ ବନ୍ଦ କରି ଦେଇଥିଲା।

ସମ୍ବନ୍ଧିତ ଖବର