ଜୟପୁର ସମାବେଶରେ ରାଫେଲ୍‌ ପ୍ରସଙ୍ଗ ଉଠାଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌ : ‘ହାଲ୍‌’ ବଦଳରେ ‘ରିଲାଏନ୍ସ’କୁ ଅଫସେଟ୍‌ ପାର୍ଟନର କଲା କେନ୍ଦ୍ର

ଜୟପୁର: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଦିନିକିଆ ଜୟପୁର ଗସ୍ତରେ ଆସି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଚାଷୀ ଓ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ତାଙ୍କ ଅଭିଭାଷଣରେ ରାହୁଲ କହିଛନ୍ତି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶା ଯୁବକଙ୍କ ଭୂମିକା ରହିଛି। ଏଥି ସହିତ ବାୟୁସେନା ବିମାନ ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବି ଭୂମିକା ରହିଛି।

କେବଳ ଏତିକି ନୁହେଁ, ରାହୁଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜମି ଓ ଆଦିବାସୀଙ୍କ ପ୍ରସଙ୍ଗ ବି ଉଠାଇଥିଲେ। ସେ କହିଥିଲେ ଆଦିବାସୀଙ୍କ ଜମି ଉଦ୍ୟୋଗପତିଙ୍କୁ ଦିଆଯାଇ ପାରିବ ନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସରକାର ଆଦିବାସୀଙ୍କ ଜମି ତାଙ୍କ ବନ୍ଧୁଙ୍କୁ ଦେଇ ଦେଇଛନ୍ତି।

ଜୟପୁରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାଫେଲ ପ୍ରସଙ୍ଗ ବି ଉଠାଇଥିଲେ। ରାଫେଲ୍‌ ବିମାନର ଅଫସେଟ ପାର୍ଟନର ଆମ ସରକାର ହଲ୍‌ ଦାୟିତ୍ୱ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହି ଚୁକ୍ତିକୁ ବାତିଲ କରି ଅନିଲ୍‌ ଆମ୍ବାନିଙ୍କ ରିଲାଏନ୍ସ ଦେଇ ଦେଇଥିଲେ। ତେବେ ଆମ୍ବାନିଙ୍କ କମ୍ପାନିର ବିମାନ ନିର୍ମାଣର କୌଣସି ଅଭିଜ୍ଞତା ନାହିଁ ବୋଲି ରାହୁଲ କହିଥିଲେ।

ସେହିପରି ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ରାହୁଲ କହିଛନ୍ତି, କଂଗ୍ରେସ ଆସିଲେ ଧାନର ସର୍ବନିମ୍ନ ମୂଲ୍ୟ ୨୫୦୦ଟଙ୍କା ହୋଇଯିବ। କେବଳ ଏତିକି ନୁହେଁ, କଂଗ୍ରେସ ଆସିଲେ କୃଷିଋଣ ଛାଡ ହେବ। ଏଥିସହିତ ମିନିମମ୍‌ ଗ୍ୟାରେଣ୍ଟି ଇନ୍‌କମ୍‌ ମିଳିବ। ବିଧବାଙ୍କୁ ପ୍ରତିମାସରେ ୩୦୦୦ ଟଙ୍କା ମିଳିବ। ଦେଶରେ ଐତିହାସିକ ପରିବର୍ତ୍ତନ କରିବ କଂଗ୍ରେସ।

ସମ୍ବନ୍ଧିତ ଖବର