ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା, ବାହାରେ ରୋଗୀ ଚିକିତ୍ସା କରୁଛନ୍ତି ଡାକ୍ତର !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲିଠାରୁ ତାଲା ପଡ଼ିଥିବାର ଦେଖିବାକୁ ମିଳିଛି । ଏଠାରେ ୪ଟି ଡାକ୍ତର ପଦବୀ ଥିଲେ ବି ଜଣେ ମାତ୍ର ଡାକ୍ତର ଦିନବେଳା କାର୍ଯ୍ୟରତ ଥିବା କୁହାଯାଉଛି। ଫଳରେଏଠାରେ ରୋଗୀ ସେବା ବ୍ୟାହତ ହେଉଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ବ୍ଲକ ଅଧ୍ୟକ୍ଷ, ସରସ୍ବତୀପୁର ପଞ୍ଚାୟତର ସରପଞ୍ଚ ରଶ୍ମୀରେଖା ବେହେରାଙ୍କ ସମେତ ରେମୁଣାର କେତେକ ମାନ୍ୟଗଣ୍ୟ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇ ଏହାର ସମାଧାନ ଲାଗି ଦାବିପତ୍ର ଦେବାକୁ ଆସିଥିଲେ,ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁପସ୍ଥିତ ଥିବା ହେତୁ ନିରାଶ ହୋଇ ଫେରିଥିବା ଜଣାଯାଇଛି। ତେବେ ଆଜି ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ରେମୁଣା ପୁଲିସ ଏକ କ୍ୟାମ୍ପ କରି ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

Image result for remuna hospital
photo-odisha suntimes

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ରାତିରେ ହସ୍ପିଟାଲରେ ମୁଖ୍ୟ ଡାକ୍ତର ରାମଚନ୍ଦ୍ର କିସକୋଙ୍କ ୨ଦିନିଆ ଛୁଟିକୁ ବିରୋଧ କରି କିଛି ରୋଗୀଙ୍କ ସମ୍ପର୍କୀୟ ଆଉଟ ଡୋରରେ ତାଲା ପକାଇଦେଇଥିଲେ । ସମସ୍ୟାର ସମାଧାନ ନ ହେବା ଯାଏଁ ତାଲା ନ ଖୋଲିବାକୁ ଚେତାବନୀ ଦେଇଥିଲେ ।

ସମ୍ବନ୍ଧିତ ଖବର