ବୈପାରିଗୁଡା ବନବିଭାଗ ୧୨ ଫୁଟିଆ ଅଜଗର ଉଦ୍ଧାର କଲା

ବୈପାରିଗୁଡା: ବୈପାରିଗୁଡା ବନ ବିଭାଗ ଦ୍ବାରା ୧୫ କିଲୋଗ୍ରାମ ଓଜନର ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବୈପାରିଗୁଡା ବନାଞ୍ଚଳ ଅଧିନସ୍ଥ ଘୋସର୍ଡା ଗ୍ରାମ ନିକଟରେ ଥିବା ଏକ ପୋଲ ନିକଟରେ ଅଜଗର ଗୋଟିଏ ଛେଳିକୁ ଜୀବନରେ ମାରିଦେଇ ଖାଇବା ପାଇଁ ଚେଷ୍ଟା କରୁଥିଲା।

ଏତିକି ବେଳକୁ ଗ୍ରାମର କିଛି ଲୋକ ଏହା ଦେଖିବା ପରେ ତୁରନ୍ତ ବୈପାରିଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଫରେଷ୍ଟର ବିକାଶ ପାତ୍ର ଏବଂ ବନ୍ୟପ୍ରାଣୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିବା ପରେ ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା। ବୈପାରିଗୁଡା ବନ ବିଭାଗ ଏକ ସୁରକ୍ଷିତ ସ୍ଥାନ ବିଚଲକଟା ଜଂଗଲକୁ ନେଇ ଛାଡ଼ି ଦେଇଥିବା ଘୋସର୍ଡା ଫରେଷ୍ଟର ବିକାଶ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର