ନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ରାମଚନ୍ଦ୍ରପୁର: ଗତକାଲି ଗିରିଗାଁ ବୈତରଣୀ ନଦୀରେ  ଘୁଷୁରି ପାର କରାଉ ଥିବା ବେଳେ ନଦୀର ଗଭୀର ଗଣ୍ତରେ ବୁଡ଼ି ଯାଇଥିବା ନାବାଳକ ଗୁରୁବାରିଆ ଦାସ(୧୭)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଆଜି ସକାଳ ୬ ଟାରେ ନଦୀର ଅପର ପାର୍ଶ୍ବରେ ଥିବା ଶାଳଦେଇ ହାଇସ୍କୁଲ ନିକଟ ତୁଠରେ ନାବାଳକର ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ରାମଚନ୍ଦ୍ରପୁର ଥାନାରେ ନଂ.୯/୨୨ରେ ଏକ ଅପମୃତ୍ୟୁ ମାମଲାରୁଜୁ କରି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର