ପ୍ରକାଶ ପାଇଲା ଏଫ୍‌ଏମୟୁ ଯୁକ୍ତ ତିନି ପରୀକ୍ଷା ଫଳ

ବାଲେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟର ଯୁକ୍ତତିନି ପରୀକ୍ଷା ଫଳ ଶନିବାର ଦିନ ପ୍ରକାଶ ପାଇଛି। ମୋଟ ୯୧.୭୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୯୪.୬୫, ବିଜ୍ଞାନରେ ୮୮.୧୦ ଓ ବାଣିଜ୍ୟରେ ୮୧.୦୯ ପ୍ରତିଶତ ଫଳାଫଳ ହୋଇଛି।

କଳା ବିଭାଗ ଅର୍ଥନୀତିରେ ସିମୁଳିଆ କଲେଜର ଉତ୍କଳିକା ଦାସ, ଶିକ୍ଷାରେ ଭଦ୍ରକ ଜିଲ୍ଲା ତିହିଡ଼ି ଡିଗ୍ରୀ କଲେଜର ତପସ୍ବିନୀ ଜେନା, ଇଂରାଜୀରେ କୁନ୍ତଳା କୁମାର କଲେଜର ଲାଖୀ ଚନ୍ଦକ, ଇତିହାସରେ ସିମୁଳିଆ କଲେଜର ଅନୁପମା ମହାକୁଡ଼, ଗୃହ ବିଜ୍ଞାନରେ ନୀଳଗିରି ମହିଳା କଲେଜର ରଶ୍ମିତା ବେହେରା, ଗଣିତରେ ଭୋଗରାଇ ଆର୍‌ଆଇଏଚ୍‌ଏସ୍‌ କଲେଜର ସୌମ୍ୟରଂଜନ ଦାସ, ଓଡ଼ିଆରେ ଭଦ୍ରକ ଅଟଳ ବିହାରୀ କଲେଜର ଦୀପ୍ତିପ୍ରଜ୍ଞା ଦାସ, ଦର୍ଶନଶାସ୍ତ୍ରରେ ସୋର ଉପେନ୍ଦ୍ରନାଥ କଲେଜର ଜଗନ୍ନାଥ ଜେନା, ରାଜନୀତି ବିଜ୍ଞାନରେ ଖଇରା କଲେଜର ମାନସୀ ମହାନ୍ତି, ମନସ୍ତତ୍ବ ବିଜ୍ଞାନରେ କୁନ୍ତଳା କୁମାରୀ କଲେଜର ମୋନାଲିସା ଦତ୍ତ, ଲୋକ ପ୍ରଶାସନରେ ବିଏନ୍‌ଏମ୍‌ଏ କଲେଜର ପଦ୍ମିନୀ ଖୁଣ୍ଟିଆ, ସଂସ୍କୃତରେ ଭଦ୍ରକ ଅଟଳ ବିହାରୀ କଲେଜର ତପସ୍ବିନୀ ପରିଡ଼ା, ସାମାଜିକ ବିଜ୍ଞାନରେ ଭଦ୍ରକ ମହିଳା କଲେଜର ଲିପ୍ସାଞ୍ଜଳି ବାରିକ, ଉର୍ଦୁରେ ଭଦ୍ରକ ମହିଳା କଲେଜର ଫରାତ୍‌ ଜାହାନ ମୁସ୍କାନ ଅଧିକ ନମ୍ବର ରଖି ବିଶ୍ବବଦ୍ୟାଳୟ ଟପର୍‌ ହୋଇଛନ୍ତି।

ସେହିପରି ବିଜ୍ଞାନ ବିଭାଗ ଉଦ୍ଭିଦ ବିଜ୍ଞାନରେ ବିନାୟକ ଡିଗ୍ରୀ କଲେଜର ଫରାତ୍‌ ଜାହାନ, ରସାୟନ ବିଜ୍ଞାନରେ ସୋର ଉପେନ୍ଦ୍ରନାଥ କଲେଜର ଅନନ୍ତକୃଷ୍ଣ ସାହୁ, ଗଣିତରେ ଖଇରା କଲେଜର ପ୍ରତିଭାମଞ୍ଜରି ବେହେରା, ପଦାର୍ଥ ବିଜ୍ଞାନରେ ଉପେନ୍ଦ୍ରନାଥ କଲେଜର ପ୍ରିୟଙ୍କା ବୈଶାଖ, ପ୍ରାଣୀ ବିଜ୍ଞାନରେ ସୁଲଗ୍ନା ଡିଗ୍ରି କଲେଜର ଭାରତୀ ଗୁପ୍ତା, କମ୍ପ୍ୟୁଟର ବିଜ୍ଞାନରେ ବିନାୟକ ଡିଗ୍ରି କଲେଜର ସ୍ମାରକୀ ସ୍ମରଣିକା ପାତ୍ର ଅଧିକ ନମ୍ବର ରଖି ବିଶ୍ବବିଦ୍ୟାଳୟ ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ଗୋପାଳପୁର କଲେଜର ମାନସ କୁମାର ସାହୁ ଅଧିକ ନମ୍ବର ରଖି ବିଶ୍ବବିଦ୍ୟାଳୟ ଟପର୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର